Sample Dictionary b n. ୧. ଇଂରାଜୀ ବର୍ଣ୍ଣମାଳାର ଦ୍ୱିତୀୟ ଅକ୍ଷର; ୨. ଦ୍ୱିତୀୟ ଉଚ୍ଚତମ ଶ୍ରେଣୀ (ମୂଲ୍ୟାଙ୍କନରେ) BA abbr. କଳାରେ ସ୍ନାତକ (Bachelor of Arts) babble v. ୧. ଅସ୍ପଷ୍ଟ ଭାବେ କହିବା; ୨. ବିଳିବିଳେଇବା; ୩. କୁଳୁକୁଳୁ ଶବ୍ଦ କରିବା; n. ୧. ଅସ୍ପଷ୍ଟ ବା ବୃଥା କଥା; ୨. ପ୍ରଳାପ; ୩. ବହୁଥିବା ପାଣିର କୁଳୁକୁଳୁ ଶବ୍ଦ babbled v. see babble babbler n. ୧. ବାହାପିଆ, ଟାଉଟର; ୨. ଗପୁଡି babblers n. see babbler babe n. ୧. ଶିଶୁ; ୨. ନିରୀହ ବା ଅସହାୟ ବ୍ୟକ୍ତି; ୩. US slang ଯୁବତୀ babel n. ୧. କୋଳାହଳ, ପାଟିତୁଣ୍ଡ; ୨. ବିଶୃଙ୍ଖଳାପୂର୍ଣ୍ଣ ଦୃଶ୍ୟ baboon n. ବାବୁନ୍, ଆଫ୍ରିକାରେ ମିଳୁଥିବା ବୃହଦାକାର ମାଙ୍କଡ babu n. ବାବୁ baby n. ୧. ଶିଶୁ; ୨. ପିଲାଳିଆ/ଅନୁଭବହୀନ ବ୍ୟକ୍ତି, ୩. slang ପ୍ରେମିକା; v. (-ies, -ied) ୧. ଶିଶୁଙ୍କ ସମାନ ତୁଳନା କରି କାହାକୁ ତଦ୍ରୂପ ଆଚରଣ ଦେଖାଇବା; ୨. ଅତ୍ୟଧିକ ସ୍ନେହ କରିବା; adj. ୧. ପିଲାଳିଆ; ୨. ଅଳ୍ପବୟସ୍କ ଜନ୍ତୁ (baby rabbit); ୩. କ୍ଷୁଦ୍ରାକାର baby-sitter n. see babysitter babyhood n. ବାଲ୍ୟକାଳ, ଶୈଶବ babyish adj. ପିଲାଳିଆ Babylon n. ପ୍ରାଚୀନ ମେସୋପଟାମିଆ ସଭ୍ୟତାର ପ୍ରଧାନ ସହର babylonian n. ବାବିଲୋନୀୟ ସଭ୍ୟତାର ଅଧିବାସୀ; ୨. ବାବିଲୋନୀୟ ଭାଷା; adj. ମେସୋପଟାମିଆ ସଭ୍ୟତା ସମ୍ୱନ୍ଧୀୟ babysit v. ପିଲାର ଯତ୍ନ ନେବା (ପିତାମାତାଙ୍କ ଅନୁପସ୍ଥିତିରେ) babysitter n. ପିତାମାତାଙ୍କ ଅନୁପସ୍ଥିତିରେ ପିଲାର ଯତ୍ନ ନେବା ଲାଗି ନିୟୋଜିତ ବ୍ୟକ୍ତି, ଆୟା babysitting n. ପିଲାର ଯତ୍ନ ନେବା କାର୍ଯ୍ୟ baccalaureate n. ସ୍ନାତକ ଉପାଧି bacchanal adj. ୧. ଗ୍ରୀସ୍‍ର ସୁରା ଦେବତା ବାକ୍କସ୍‍ଙ୍କ ସମ୍ୱନ୍ଧୀୟ (ପୁରୋହିତ, ପର୍ବ); ୨. ମଦ୍ୟପାନ କରି ନିଶାରେ ଉନ୍ମତ୍ତ ବା ହଟ୍ଟଗୋଳ କରୁଥିବା ବ୍ୟକ୍ତି; n. ୧. ଗ୍ରୀସ୍‍ର ସୁରା ଦେବତା ବାକ୍କସ୍‍ଙ୍କ ପୂଜକ; ୨. ମଦ୍ୟପ; ୩. ନିଶାଗ୍ରସ୍ତ ଅବସ୍ଥା bacchanalia n. ୧. ମଦ୍ୟପାନ ଉତ୍ସବ; ୨. ଗ୍ରୀସ୍‍ର ସୁରା ଦେବତା ବାକ୍କସ୍‍ଙ୍କୁ ଉତ୍ସର୍ଗୀକୃତ ଭୋଜି bacchanalian adj. ସୁରାପାନ ସମ୍ୱନ୍ଧୀୟ (bacchanalian party) bachelor n. ୧. ଅବିବାହିତ ପୁରୁଷ, କୁମାର; ୨. ସ୍ନାତକ ଉପାଧିପ୍ରାପ୍ତ ବ୍ୟକ୍ତି bacillary adj. ଦଣ୍ଡାଣୁ ସମ୍ୱନ୍ଧୀୟ bacillus n. ଦଣ୍ଡାଣୁ, ରୋଗ ସୃଷ୍ଟି କରାଉଥିବା ବାଡି ସଦୃଶ ଅଣୁଜୀବ back back-up n. ୧. ସହାୟତା, ୨. ସହାୟକ back-breaking adj. ଅତି କଠିନ (କାର୍ଯ୍ୟ, ପରିଶ୍ରମ) back-to-back adv. ଗୋଟିଏ ପରେ ଆଉ ଗୋଟିଏ, ଲଗାତାର backache n. ଅଣ୍ଟା/ପିଠି ବ୍ୟଥା